ଦୃଢ ଇଛାଶକ୍ତି ଆଗରେ ହାର ମାନିଲା ବୟସ । ୫୭ ବର୍ଷରେ ପାଦ ଥାପିଥିଲେ ବି ସ୍ୱର୍ଣ୍ଣଲତାଙ୍କ ମନରେ ପାଠ ପଢିବା ପାଇଁ ସ୍ୱପ୍ନ । ବୃତ୍ତିରେ ଆଶା ଦିଦି ଭାବରେ କାମ କରୁଥିଲେ ମଧ୍ୟ ମାଟ୍ରିକ ପାସ କରିବା ପାଇଁ ତାଙ୍କ ମନରେ ଆଗ୍ରହ ହେଲା । ସେ ପାଠ ପଢିଲେ । ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାସ୍ କରିଛନ୍ତି । ଯଦିଓ ସ୍ୱର୍ଣ୍ଣଲତାଙ୍କ ମାଟ୍ରିକରେ ପାସ୍ କରିବା ତାଙ୍କ କ୍ୟାରିୟର ପାଇଁ ବିଶେଷ ସାହାର୍ଯ୍ୟ କରିବ ନାହିଁ, କିନ୍ତୁ ଗ୍ୟାନ ଅର୍ଜନ କରିବାର ଆଗ୍ରହ ପାଇଁ ସେ ପ୍ରଶଂସାର ପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀର ସ୍ୱର୍ଣ୍ଣଲତାଙ୍କ ସଫଳତାକୁ ନେଇ ଏବେ ସବୁଠି ପ୍ରଶଂସା ।

LEAVE A REPLY

Please enter your comment!
Please enter your name here