ରାଜ୍ୟରେ ବୃଦ୍ଧି ପାଉଥିବା ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିଜେପିର ଅଭିଯୋଗ । ଦଳର ଉପସଭାପତି ସମୀର ମହାନ୍ତି ଚାଷୀ ସମସ୍ୟା ଉତ୍କଟ ଥିବା ବେଳେ ସରକାର ଖେଳରେ ମାତିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଚାଷୀଙ୍କ ଋଣ ଛାଡ କରିବାକୁ ସେ ଦାବି କରିଛନ୍ତି । ସରକାର କେବେ ବି ଚାଷୀଙ୍କ ବେଦନା ବୁଝି ନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ୫ଜଣ କୃଷକ ଆତ୍ମହତ୍ୟା କରି ସାରିଲେଣି । ଘୋଷଣା କରାଯାଇଥିବା ଦୁଇଟି ଜଳସେଚନ ବ୍ୟବସ୍ଥା ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଏହା ସହ କୃଷିଋଣ ଛାଡ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here