ସାଧାରଣତଃ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ କୁହାଯାଏ । ୧୨ ଘଣ୍ଟାରୁ ଅଧିକ ସମୟ ଧରି ରଖାଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଫୁଡ ପଏଜନିଂ , ଗ୍ୟାସ ଏବଂ ପେଟ ଖରାପ ଆଦି ହେବାର ସମ୍ଭାବନା ରହିଥାଏ । ଏପରିକି ବାସି ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଶରୀରକୁ ଅଧିକ କ୍ଷତି ପହଁଞ୍ଚିଥାଏ । ମାତ୍ର ଏପରି କିଛି ବାସି ଖାଦ୍ୟ ରହିଛି , ଯାହା ଶରୀର ପକ୍ଷେ ହାନୀକାରକ ନୁହେଁ ବରଂ ଲାଭ ଦାୟକ ହୋଇଥାଏ । ଏହାର ଏକ ଉଦାହରଣ ହେଉଛି ଗହମ ଅଟାରୁ ପ୍ରସ୍ତୁତ ରୁଟି । କିନ୍ତୁ ଅଟା ଚକଟାକୁ ଫ୍ରିଜରେ ରଖି ରୁଟି ବନେଇବା ଉଚିତ୍ ନୁହେଁ ।
() ସକାଳେ କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ ।
() ଆମ ଶରୀରର ସାଧାରଣ ତାପମାତ୍ରା ୩୭ଂ । ମାତ୍ର ଏହା ୪୦ଂରୁ ଉର୍ଦ୍ଧ ହେବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତି କ୍ଷତି ପହଁଞ୍ଚାଇଥାଏ । ଏପରି ପରିସ୍ଥିତିରେ ବାସି ରୁଟିକୁ ଭିଜାଇ ଖାଇବା ଦ୍ୱାରା ଲାଭ ଦାୟକ ହୋଇଥାଏ ।
() ଯଦି ପେଟ କାଟୁଛି କି ଯନ୍ତ୍ରଣା ହେବା ପରି ସମସ୍ୟା ଲାଗି ରହୁଛି । ତେବେ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ବାସ ରୁଟି ପକାଇ ଖାଇବା ଉଚିତ । ଏହାଦ୍ୱାରା ଗ୍ୟାସ ଏବଂ କଫ ପରି ସମସ୍ୟାରୁ ରକ୍ଷା ମିଳିଥାଏ ।
() ଡାଇବେଟିସ ପରି ରୋଗୀଙ୍କୁ ଏହା ପ୍ରତିଦିନ ସେବନ କରିବା ଉଚିତ । ଦିନରେ କୌଣସି ସମୟରେ ସେମାନେ ବାସି ରୁଟିକୁ ୧୦ରୁ ୧୫ ମିନିଟ ଭିଜାଇ ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣ ରହିବାରେ ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here