ହକି ପୁରୁଷ ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇଗଲାଣି କଳିଙ୍ଗ ଷ୍ଟାଡିୟମ । ଆସନ୍ତା ନଭେମ୍ବର ୨୮ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି କ୍ରୀଡା ମୁହାକୁମ୍ଭ । ମୋଟ ୧୬ଟି ଦେଶର ଖେଳାଳୀ ୩ ସପ୍ତାହ ଧରି ହକିପ୍ରେମୀଙ୍କୁ ବାନ୍ଧି ରଖିବେ । ଆଜିଠାରୁ ୯୦ ଦିନ ପର୍ଯ୍ୟନ୍ତ ଚାଲିବ ହକି ପାଇଁ ପ୍ରଚାର । ପାଖାପାଖି ୧୭ଟି ସହରରେ ପ୍ରଚାର ଆରମ୍ଭ ହେବ । ଜାତୀୟ କ୍ରୀଡା ଦିବସରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬୦ ଡିଗ୍ରୀ ଅଭିଯାନ ‘ମାଇଁ ହାର୍ଟ ବିଟ୍ ଫର ହକି’ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ସଙ୍ଗୀତ , ମନୋରଞ୍ଜନ , ଫ୍ୟାସନ ଅନୁଷ୍ଠିତ ହେବ । ଭାରତକୁ ପୁଣିଥରେ ବିଶ୍ୱବିଜୟୀ କରାଇବା ଏବଂ ବିଶ୍ୱସ୍ତରରେ ଓଡିଶାର ନାଁକୁ ବଜାୟ ରଖିବା ପାଇଁ ଏହି ଅଭିଯାନର ଉଦେ୍ଦଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବିଶ୍ୱର ସର୍ବବୃହତ ଟୁର୍ଣ୍ଣାମଣ୍ଟେ ପାଇଁ ସାରା ବିଶ୍ୱ ଅପେକ୍ଷାରେ ।

LEAVE A REPLY

Please enter your comment!
Please enter your name here