ବାଲାଂଦେଶରେ ଜଣେ ମହିଳା ଜର୍ଣ୍ଣାଲିଷ୍ଟଙ୍କୁ କିଛି ଅଜଣା ଆକ୍ରମଣକାରୀ ଗଳାକାଟି ହତ୍ୟାକରିଛନ୍ତି । ତାଙ୍କ ନା ସୁବର୍ଣ୍ଣା ନୋଦୀ ବୋଲି ଜଣାପଡିଛି । ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ ମିନିଟରେ କିଛି ଲୋକ ତାଙ୍କ ଘରେ ବଳ ପୂର୍ବକ ପଶି ଏପରି କାଣ୍ଡ କରିଥିବା ସୁଚନା ମିଳିଛି । ସୁବର୍ଣ୍ଣା ସ୍ଥାନୀୟ ଏକ ନ୍ୟୁଜ ଚାନେଲରେ କାମ କରୁଥିଲେ । ସ୍ୱାମୀଙ୍କ ସହିତ ତାଙ୍କର ଛାଡପତ୍ର ମାମଲାର ବିଚାର କୋର୍ଟରେ ଜାରି ରହିଥିବା ବୋଲିସ କହିଛି । ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା ଅତିରିକ୍ତ ଏସପି ଗୌତମ କୁମାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here