ଜାକର୍ତ୍ତା(ଏଜେନ୍ସି): ପ୍ରତିଶୋଧ ପରାୟଣ ହୋଇ ମଣିଷ ଅନ୍ୟଜଣେ ମଣିଷକୁ ହତ୍ୟା କରିବା, ପଶୁ ପଶୁଙ୍କୁ ହତ୍ୟାକରିବା ଆଦି ବୁଝାପଡେ କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ମଣିଷ କେବେ କେଉଁ ପଶୁକୁ ହତ୍ୟା କରିବା ନିଶ୍ଚିତ ଭାବେ ଏକ ଅସ୍ୱାଭାବିକ୍ ପ୍ରକ୍ରିୟା । କିନ୍ତୁ ପୂର୍ବ ଇଣ୍ଡୋନେସିଆର ୱେଷ୍ଟପପୁଆ ପ୍ରଦେଶର ସୋରଙ୍ଗ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଏପରି ହୋଇଛି । ଗାଁ ଲୋକେ ପ୍ରତିଶୋଧ ନେବାକୁ ଯାଇ ୨୯୨ଟି କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି ।
ମିଳିଥିବା ସୂଚନାନୁସାରେ ଏହି ଗ୍ରାମରେ ଥିବା ଏକ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏହି ଘଟଣା ଘଟିଛି । ୨ଦିନ ପୂର୍ବେ ଜଣେ ସ୍ଥାନୀୟ ବ୍ୟକ୍ତି କୁମ୍ଭୀର ପ୍ରଜନନ କେନ୍ଦ୍ର ନିକଟରେ ଘାସ କାଟୁଥିବା ସମୟରେ ସାମାନ୍ୟ ଅସାବଧାନତା କାରଣରୁ କୁମ୍ଭୀରଙ୍କ ଶିକାର ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ମିଳିତ ଭାବେ ଛୁରୀ, ଖଣ୍ଡା, ହାତୁଡି, ତେଣ୍ଟା ଓ ଠେଙ୍ଗାଦ୍ୱାରା ପ୍ରଜନନ କେନ୍ଦ୍ରରେ ଥିବା କୁମ୍ଭୀରଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ମୃତ କୁମ୍ଭୀରଙ୍କୁ ଗୋଟିଏ ଜାଗାରେ ଗଦା କରିଥିଲେ । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ‘ନେଚୁରାଲ୍ ରିସୋର୍ସେସ୍ କଞ୍ଜର୍ଭେସନ୍ ଏଜେନ୍ସି’ର ମୁଖ୍ୟ ବସର୍ ମନୁଲାଙ୍ଗ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୪୮ ବର୍ଷୀୟ ପୀଡ଼ିତଜଣକ କୁମ୍ଭୀର ଫାର୍ମରେ ପଶି ଗୋରୁଙ୍କ ପାଇଁ ଘାସ କାଟୁଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ । କେହି ଜଣେ ଜୀବନ ବିକଳେ ଚିକ୍ରାର କରୁଥିବା ଶୁଣି ଜଣେ କର୍ମ•ରୀ ସେଠାକୁ ଧାଇଁ ଯାଇ ଦେଖିଲେ ଯେ, ଜଣକୁ କୁମ୍ଭୀର ଆକ୍ରମଣ କରୁଛି । ତାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ବିଳମ୍ବ ହୋଇଯାଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଗାଁ ଲୋକେ ଜୋରଜବରଦସ୍ତି ଭାବେ ପ୍ରଜନନ କେନ୍ଦ୍ରରେ ପଶି କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି । ଅନ୍ୟପକ୍ଷେ ୨ଠ୧୩ରୁ ସଂରକ୍ଷିତ ଲୁଣାଜଳ ଓ ନିଉ ଗିନି କୁମ୍ଭୀର ପ୍ରଜନନ ପାଇଁ ଏହି ପ୍ରଜନନ କେନ୍ଦ୍ରକୁ ଲାଇସେନ୍ସ ମିଳିଥିଲେ ମଧ୍ୟ ଏ ଭଳି ଅଘଟଣକୁ ରୋକିବାକୁ ଚତୁଃପାଶ୍ୱର୍ରେ ବାଡ଼ ପୋତାନଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ୍ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଉକ୍ତ କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଜେରା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here