ଏଇ ମାସରେ ସବୁ ରାଜ୍ୟକୁ ଅଧିକ କରୋନା ଭ୍ୟାକ୍ସିନ ଯୋଗାଇଦେବାକୁ କେନ୍ଦ୍ର ସରକାର ଆହୁରି ୨ କୋଟି ଡୋଜ୍ ଟିକା କିଣିଛନ୍ତି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟକୁ ଅନୁରୋଧ କରିଥିବା କହିଛନ୍ତି । ଅନେକ ରାଜ୍ୟରେ ଧିରେ ଧିରେ ସ୍କୁଲ ଖୋଲୁଛି । ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here