ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ଯାନ ଉପରେ ଗୁରୁତ୍ୱ । ବିଦ୍ୟୁତ ଚାଳିତ ଯାନ କିଣିବାପାଇଁ ସରକାର ଦେବେ ପ୍ରୋତ୍ସାହନ । ୨ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବ । ସେହିପରି ୩ ଚକିଆ ପାଇଁ ୧୨ ହଜାର ,ଏବଂ ଚାରି ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିବ । ସରକାରୀ ଅଫିସ ଆଉ କମ୍ପାନୀ ବିଦ୍ୟୁତ୍ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ । ଖୁବଶୀଘ୍ର ସରକାର ଏନେଇ ଘୋଷଣା କରିପାରନ୍ତି । ଏହା ସହିତ ରୋଡ ଟ୍ୟାକ୍ସ ଏବଂ ପଞ୍ଜିକରଣ ଫି ଛାଡ କରାଯାଇପାରେ । ବିଦ୍ୟୁତ୍ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହନ କରାଯିବ । ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାସ ଏବଂ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ଶୁଦ୍ଧ ମୁକ୍ତ ଋଣ ପ୍ରଦାନ କରାଯିବ । ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ପରି ରାଜ୍ୟରେ ଦୁଇ ଚକିଆ ବିଦ୍ୟୁତ ଚାଳିତ ଯାନରେ ୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here