ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । ମାସ ପରେ ମାସ ଗଡି ଚାଲିଥିଲେ ବି ତଦନ୍ତର ଫଳ ଶୂନ୍ । ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସଂପୃକ୍ତି ନେଇ ପ୍ରଥମରୁ ଅଭିଯୋଗ ହୋଇ ଆସୁଥିଲେ ବି ପ୍ରଭାବଶାଳୀ ଗୋଷ୍ଠୀ ଛତ୍ରଛାୟା ତଳେ ରହିଥିବା ଯୋଗୁ କେହି କିଛି କରିପାରୁନାହାଁନ୍ତି । ଆଜି ବିଧାନସଭାରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏସିଏଫ ସୌମ୍ୟରଂଜନ ମୃ୍ତ୍ୟୁ ମାମଲାକୁ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ଘର ଭିତରେ ସୌମ୍ୟରଂଜନଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ କି କ୍ରାଇମବ୍ରାଞ୍ଚ ଏଯାଏଁ ଅପରାଧୀ ପାଖରେ ପହଞ୍ଚି ନ ପାରିବା ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କଣ ପାଇଁ ଅଭିଯୁକ୍ତଙ୍କୁ ଥାନାକୁ ନ ଡାକି ସେମାନଙ୍କ ଘରେ ଜେରା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଡିଏଫଓଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି ବୋଲି ସେ କହିଛନ୍ତି ।

ସୌମ୍ୟରଂଜନ ମୃତ୍ୟୁମାମଲାରେ ତଦନ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଅଣାଯିବ ଏବଂ ଡିଏଫଓଙ୍କୁ ଘଣ୍ଟ ଘୋଡାଉଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here