କାବୁଲସ୍ଥିତ ପାକିସ୍ଥାନ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ବିକ୍ଷୋଭରେ ସାମିଲ ହୋଇଥିଲେ ଅଧିକାଁଶ ମହିଳା । ଆଫଗାନିସ୍ଥାନ ମାମଲାରେ ପାକିସ୍ଥାନ ହସ୍ତକ୍ଷେପ କରୁଥିବାରୁ ଏହାର ପ୍ରତିବାଦରେ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ପାକିସ୍ଥାନ ବିରୋଧରେ ନାରାବାଜି କରୁଥିଲେ ବିକ୍ଷୋଭକାରୀମାନେ । ତେବେ
ପାକିସ୍ଥାନ ବିରୋଧୀ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ତାଲିବାନୀ ସେନା ବ୍ଲାଙ୍କ ଫାୟାରିଂ କରିଥିବା ଜଣାପଡିଛି । ଆଫଗାନିସ୍ତାନକୁ ତାଲିବାନ କବଜା କରିନେବା ପରେ ଦେଶ ଭିତରେ ତାଲିବାନ ବିରୋଧୀ ଅସନ୍ତୋଷ ବଡିବାରେ ଲାଗିଛି । ତେବେ ତାଲିବାନକୁ ପାକିସ୍ଥାନ ସମର୍ଥନ କରୁଥିବାରୁ ପାକିସ୍ତାନ ବିରୋଧରେ ଆଫଗାନବାସୀ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here