ଦଳ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବଢିବାରେ ଲାଗିଛି । ଆସନ୍ତାବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ରାଜନୈତିକ ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ଦାୟିତ୍ବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦଳ ନ୍ୟସ୍ତ କରିଛି । ଧର୍ମେନ୍ଦ୍ରଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ବ ଦିଆଯାଇଥିବା ବେଳେ ସାତଜଣଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ସହପ୍ରଭାରୀ ଭାବେ ଅନୁରାଗ ଠାକୁର, ଅର୍ଜୁନରାମ ଣେଘଓ୍ବାଲ, ଅନ୍ନପୂର୍ଣ୍ଣା ଦେବୀ, ବିବିେକ ଠାକୁର, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପ୍ଟେନ ଅଭିମନ୍ୟୁଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ନିଯୁକ୍ତି ଦେଇଛନ୍ତି ।

ସେହିପରି ଉତ୍ତରାଖଣ୍ଡ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ପଞ୍ଜାବ ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ଗୋଆ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମଣିପୁର ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ ଦିଆଯାଇଛି ।

ସୂଚନାଯୋଗ୍ୟ, ଏହି ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରୋଟି ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଛି । କେବଳ ପଞ୍ଜାବରେ କଂଗ୍ରେସ ସରକାର ରହିଛି । ଆସନ୍ତାବର୍ଷ ମାର୍ଚ୍ଚ ଓ ଅପ୍ରେଲ ମାସରେ ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here