ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ I ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଏଥରକ ମାଟ୍ରିକ ଫଳ ପ୍ରକାଶ ପାଇଛି I 97.89 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ଚଳିତବର୍ଷ 5 ଲକ୍ଷ 74 ହଜାର 125 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ 5 ଲକ୍ଷ 62 ହଜାର 010 ଜଣ ପାସ ହୋଇଛନ୍ତି I 7703 ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି I

ଏ 1 ଗ୍ରେଡରେ 2656, ଏ2 ଗ୍ରେଡରେ 22131 ଏବଂ ବି1 ଗ୍ରେଡରେ 52299, ବି2 ଗ୍ରେଡରେ 94475 ଛାତଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I କୌଣସି ବିଦ୍ୟାଳୟରେ ଶୂନ ପ୍ରତିଶତ ଫଳ ହୋଇନାହିଁ I

ଏକ୍ସ ରେଗୁଲାରରେ 88.33 ପ୍ରତିଶତ ପାସହାର ରହିଛି I

ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାରେ ପାସହାର 90 ପ୍ରତିଶତ ଉପରେ ରହିଛି I

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ଉପସ୍ଥିତ ରହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି I କରୋନା ସଂକ୍ରମଣକୁ ନଜରରେ ରଖି ସରକାର ପ୍ରଥମ ଥର ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ I

LEAVE A REPLY

Please enter your comment!
Please enter your name here