ମହିଳାଙ୍କ ପ୍ରତିି ତାଲିବାନଙ୍କ ଅକ୍ରୋଶ ବଢିବାରେ ଲାଗିଛି । ତାଲିବାନ ସରକାର ମହିଳାଙ୍କ ଅଧିକାରର ସୁରକ୍ଷା ପ୍ରତି ନରମ ମନୋଭାବ ପୋଷଣ କରିବେ ବୋଲି କହୁଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ତାର ଓଲଟା ପ୍ରତିଫଳିତ ହେଉଛି । ଆଫଗାନୀସ୍ତାନରେ ଥିବା ମହିଳା କଲ୍ୟାଣ ମନ୍ତ୍ରଣାଳୟରେ କେବଳ ପୁରୁଷ କର୍ମଚାରୀଙ୍କୁ କାମ କରିବା ପାଇଁ ତାଲିବାନ ସରକାର ଅନୁମତି ଦେଇଛନ୍ତି । ଏପରିକି ପୂର୍ବରୁ ଥିବା ମହିଳା କର୍ମଚାରୀଙ୍କୁ ମଧ୍ୟ ଏହି ମନ୍ତ୍ରଣାଳୟରୁ ବାଦ ଦିଆଯାଇଛି । ଫଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କିଛିଦିନ ପୂର୍ବରୁ ତାଲିବାନ ଘୋଷଣା କରିଥିଲା ଯେ, ଯେଉଁ ଅଫିସରେ ପୁରୁଷ କର୍ମଚାରୀ ରହିବେ ସେଠି ମହିଳା କାମ କରିପାରିବେ ନାହିଁ ।