ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ପ୍ରମାଣ ମିଳିବା ପରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୫ ବର୍ଷ ପାଇଁ ପିଏଫଆଇ ଏବଂ ଏହାର ସମସ୍ତ ସହଯୋଗୀ ସଂସ୍ଥାକୁ ବ୍ୟାନ କରିଦିଆଯାଇଛି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ୮ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ୨୪୭ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗତ ୨୨ ତାରିଖରେ ପିଏଫଆଇର ବିଭିନ୍ନ ଶାଖା ଉପରେ ଏନଆଇଏ ଏବଂ ଇଡି ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here