୭୧ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମଦିନ ଅବସରରେ ଆଜି ସେବା ଏବଂ ସମର୍ପଣ ଅଭିଯାନ ଆରମ୍ଭ କରାଯିବ । ରେକର୍ଡ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଟିକାକରଣରେ ସାମିଲ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେପଟେ ଉତ୍ତରପ୍ରଦେଶର ବାରଣାସୀରେ ଧୁମଧାମରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ବିଜେପି କର୍ମୀ ଏବଂ ପ୍ରଶଂସକମାନେ ଦୀପଦାନ କରିବା ସହିତ ମିଠା ବାଣ୍ଟିଛନ୍ତି । ଆଜି ୭୧ଟି ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯିବା ସହିତ ରୁଦ୍ରାଭିଷେକ କରାଯିବା ବୋଲି ପ୍ରଧାନମନ୍ତ୍ରୀଙ୍କ ସମର୍ଥକ କହିଛନ୍ତି ।
ସେହିପରି ଭୁବନେଶ୍ୱରରେ ରାଜ୍ୟ ବିଜେପି ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ବାବୁ ସିଂ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅନ୍ୟ କିଛି କର୍ମୀ ଦୀପ ଜାଳି ପ୍ରଧାନମନ୍ତ୍ରୀ ଦୀର୍ଘ ଜୀବନ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here