କରୋନାରେ ମୃତ୍ୟୁବରଣ କରିଥିବା ଭୁବନେଶ୍ବରର ଚାରିଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । କରୋନା ସହ ଲଢେଇ କରି ପ୍ରାଣବଳୀ ଦେଇଥିବା ଏହି କାର୍ଯ୍ୟରତ ସାମ୍ବାଦିକମାନେ ହେଲେ ଟାଇମ୍ସ ଅଫ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଦିକାଲି ଦୈନିକ ଓଡିଆର ସଂପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ଫ୍ରି ଲାନ୍ସ ସାମ୍ବାଦିକ ବସନ୍ତ ଦାସ, ଜି ଓଡିଶା ପ୍ରତିନିଧି ମାନସ ରଂଜନ ଜୟପୁରିଆ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପନ୍ଦର ଲକ୍ଷ ଟଙ୍କା ଲେଖାଁଏ ଅର୍ଥରାଶି ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here