ହୀରାକୁଦରୁ 28 ଟି ଗେଟ ଦେଇ ପାଣି ମହାନଦୀକୁ ଆସୁଛି । ଆସନ୍ତାକାଲି ସକାଳ ସୁଦ୍ଧା ନରାଜ ଦେଇ ସାଢେ 7 ରୁ 8 ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ତେବେ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି । ହୀରାକୁଦ ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ମଧ୍ୟକୁ ପ୍ରବେଶ କରୁଥିବା ପାଣି ବି କମିଛି । ସେପଟେ ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀ ଜଳସ୍ତର ମଧ୍ୟ କମିବାରେ ଲାଗିଛି । ତେବେ ମହାନଦୀ ଫୁଲୁଥିବାରୁ ଏବଂ ତଳିଆ ଅଞ୍ଚଳରେ ବନ୍ୟାପାଣି ମାଡିଯିବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

LEAVE A REPLY

Please enter your comment!
Please enter your name here