ରାଜଧାନୀରେ ଭାସିଗଲେ ଜଣେ ପନ୍ଦର ବର୍ଷର ଛାତ୍ର । ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଏହି ଅଘଟଣ ଘଟିଛି । ବରମୁଣ୍ଡା ପାଲାମଣ୍ଡପ ସାହିରେ ରହୁଥିବା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଦଶମ ଶ୍ରେଣୀରେ ପାଠ ପଢନ୍ତି । ବର୍ଷା ଛାଡିବା ପରେ ସେ ଚ୍ୟୁସନ ପାଇଁ ସାଇକେଲ ଧରି ବାହାରିଥିଲେ । ମାତ୍ର ପ୍ରବଳ ବର୍ଷା ଯୋଗୁ ଗଣ୍ଡମୁଣ୍ଡା ଶିରିପୁର ରାସ୍ତା ଶତାବ୍ଦୀ ନଗର ଲେନ -7 ନିକଟରେ ଯାଉଥିବା ବେଳେ ସେ ଭାରସାମ୍ୟ ହରାଇ ପାଣି ସୁଅରେ ଭାସି ଯାଇଥିଲେ । ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିଲା ବେଳେ ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ, ଅଗ୍ନିଶମ ବିଭାଗ, ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସନ୍ଧାନ ପାଇନାହାନ୍ତି । କେବଳ ନିଖୋଜ ଛାତ୍ରଙ୍କ ଗୋଟିଏ ଚପଲ ମିଳିଛି ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେ ରାସ୍ତାରେ ଯାଉଥିବା ପାଣି ସୁଅ ଅତିକ୍ରମ କରୁଥିବା ବେଳେ ସାଇକେଲ ସହ ସେ ବାସି ଯାଇଥିଲା । ବର୍ଷାପାଣିରେ ଜଣେ ପନ୍ଦର ବର୍ଷର ଛାତ୍ର ଭାସିଯିବା ଘଟଣା ସ୍ମାର୍ଟସିଟି ରାଜଧାନୀ ବାସିନ୍ଦାଙ୍କ ପାଇଁ କେବଳ ଉପହାସ । ଭୁବନେଶ୍ବର ମହାନଗର ନିଗମ, ନଗର ଉନ୍ନୟନ ବିଭାଗ, ରାଜ୍ୟ ସରକାର ସମସ୍ତେ ଭୁବନେଶ୍ବର ସହରକୁ ବିଶ୍ବସ୍ତରୀୟ ସ୍ମାର୍ଟସିଟିର ମାନ୍ୟତା ମିଳିଛି ବୋଲି ଡେଙ୍ଗୁରା ପିଟୁଥିବା ବେଳେ ବର୍ଷାପାଣିରେ ଜଣେ ଛାତ୍ର ଭାସିଯିବା ସମସ୍ତଙ୍କ ପାଇଁ ଲଜ୍ଜା । ଦୁଇବର୍ଷ ତଳେ ନୂଆପଲ୍ଲୀ ଅଞ୍ଚଳରେ ମଧ୍ୟ ଜଣେ ଛାତ୍ର ବର୍ଷାପାଣିରେ ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here