ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ଭାରତୀୟ ବାୟୁସେନାର 26 ତମ ମୁଖ୍ୟ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏୟାର ଚିଫ ମାର୍ଶାଲ ଆରକେଏସ ଭଦୌରିଆଙ୍କ ଠାରୁ ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ମଙ୍ଗଳବାର ଦିନ କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ ।
1982ରେ ସେ ବାୟୁସେନାରେ ଯୋଗ ଦେଇଥିଲେ । ଦୀର୍ଘ 39 ବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କର 3800 ଘଣ୍ଟାର ଉଡାଣ ଅଭିଜ୍ଞତା ରହିଛି ।
2020, ଅଗଷ୍ଟ 1ରୁ ସେ ପଶ୍ଚିମାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ ଚୌଧୁରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ ଓ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।