ପଞ୍ଜାବରେ ରାଜନୀତି ଜୋର ଧରିବାରେ ଲାଗିଛି । ଗୁରୁବାର ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବଡ ବୟାନ ଦେଇଛନ୍ତି । ୪ ଦଶନ୍ଧିର ସମ୍ପର୍କ ତୁଟାଇବେ କ୍ୟାପଟେନ ଅମରିନ୍ଦର ସିଂ । ସେ କହିଛନ୍ତି ଏବେ ମୁଁ କଂଗ୍ରେସରେ ଆଉ ରହିବି ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଅସନ୍ତୁଷ୍ଟ ଅଛନ୍ତି ଅମରିନ୍ଦର । ସେ କହିଛନ୍ତି , ଏହି ଅପମାନ କେବେ ବି ସହି ହେବନି । ମୋ ସହ ଯାହା ହୋଇଛି କିଛି ଠିକ ହୋଇନି ବୋଲି ସେ ପ୍ରକାଶ କରିଛନ୍ତି । ଯଦି କାହାର ମୋ ଉପରେ ଭରସା ନାହିଁ ତେବେ କାହିଁକି ଏହି ଦଳରେ ରହିବି ବୋଲି ଏକ ଗଣମାଧ୍ୟମରେ ସେ କହିଛନ୍ତି । ତେବେ ଗତକାଲି ଅମିତ ଶାହାଙ୍କୁ ଭେଟିଥିଲେ ଅମରିନ୍ଦର । ଚର୍ଚ୍ଚା ହେଉଛି ବିଜେପିରେ ଯୋଗ ଦେବେ କ୍ୟାପଟେନ୍ ।

LEAVE A REPLY

Please enter your comment!
Please enter your name here