ଏଣିକି ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବଇନସ୍ପେକ୍ଟର । ଓଡିଶାରେ ୨୧୬ଟି ଫାଣ୍ଡି ଅଛି । ଏ ସବୁର ଦାୟିତ୍ୱରେ ଏଣିକି ସବଇନସ୍ପେକ୍ଟର ରହିବେ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସବଇନସ୍ପେକ୍ଟରମାନେ ଫାଣ୍ଡିର ଦାୟିତ୍ୱରେ ରହୁଥିଲେ । କମିଶନରେଟ ପୋଲିସଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ୱାରା ପରିଚାଳିତ ପୋଲିସ ଫାଣ୍ଡିରେ ସବଇନସ୍ପେକ୍ଟରମାନଙ୍କୁ ନିଯୁକ୍ତି ଦିଆଯିବ । ସବଇନସ୍ପେକ୍ଟରମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here