ଆଜି ରାଜ୍ୟରେ ସର୍ବାଧିକ ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୮ ମଧ୍ୟରୁ କ୍ୱାରେଣ୍ଟିନରୁ ୭୨୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୫୭ । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯ ହଜାର ୮୩୫କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୩,୩୦୯ ଏବଂ ଆକ୍ଟିଭ୍ କେସ୍ ରହିଛି ୬୩୮୭ । ଗଞ୍ଜାମରୁ ସର୍ବାଧିକ ୩୭୧, ଖୋର୍ଦ୍ଧାରୁ ୧୨୧ , ରାୟଗଡା-୯୬, ମାଲକାନଗିରି-୬୬, କଟକରୁ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ-୩୫, ଝାରସୁଗୁଡା-୩୪, ସୁନ୍ଦରଗଡରୁ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ-୨୮, ବରଗଡ-୨୬, ଗଜପତି ଓ କେନ୍ଦ୍ରାପଡାରୁ ୨୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ ଯାଜପୁରରୁ ୨୦ ଲେଖାଏଁ ନବରଙ୍ଗପୁରରୁ ୧୭, କେନ୍ଦୁଝର-୧୬, କୋରାପୁଟ ଓ କଳାହାଣ୍ଡିରୁ ୧୫ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି । କନ୍ଧମାଳ ଓ ମୟୂରଭଞ୍ଜରୁ ୧୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଓ ସୋନପୁରରୁ ୧୦ ଲେଖାଏଁ , ବଲାଙ୍ଗୀର-୬, ନୟାଗଡରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ-୨, ଢେଙ୍କାନାଳ-୨, ଅନୁଗୁଳ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନା ଆଜି ରାଜ୍ୟରେ ୫ ଜଣଙ୍କ ଜୀବନ ନେଇଛି । ଗଞ୍ଜାମରୁ ୩, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୬୦ ଓ ୬୧ ବର୍ଷୀୟ ପୁରୁଷ ଏବଂ ୪୦ ବର୍ଷୀୟ ଜଣେ ମହିଳା ମୃତ । ଗଜପତିର ୭୨ ବର୍ଷୀୟ ଓ କନ୍ଧମାଳର ୮୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲାରେ ଆଜି ପ୍ରଥମ କରୋନା ମୃତ୍ୟୁ । ଗଞ୍ଜାମରେ ଆଜି ୩ ଜଣଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬୨ ହେଲା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here