ଭାରତ ପାଇଁ ଖୁସିର ଖବର. ଉବେର ଫ୍ଲାଇଂ କ୍ୟାବରେ 5 ଟି ଦେଶ ମଧ୍ୟରେ ଉବେର ଭାରତକୁ ଚୟନ କରିଛି. ଅନ୍ୟ ଦେଶ ମାନଙ୍କ ମଧ୍ୟରେ ଜାପାନ, ଅଷ୍ଟ୍ରେଲିଆ, ବ୍ରାଜିଲ ଓ ଫ୍ରାନ୍ସ ରହିଛନ୍ତି. ତେବେ ଏହି ପ୍ରକ୍ରିୟାକୁ ଡ୍ରନ ଡେଲିଭରି ସହ ପ୍ରୟୋଗ କରାଯିବା ପାଇଁ ଘୋଷଣା କରାଯାଇଛି. ଉବେର ପାଞ୍ଚଟି ଦେଶ ମଧ୍ୟରେ ଭାରତକୁ ଚୟନ କରିଛି, ଆଗାମୀ 5 ବର୍ଷ ଭିତରେ ଭାରତରେ ଅନ୍ତରାଷ୍ଟ୍ରିୟ ଉବେର ଏୟାର ସିଟିର ଘର ହୋଇପାରିବ. ଦୁନିଆରେ ସବୁ ଦେଶକୁ ମୂଲ୍ୟାଙ୍କନ କରି ସାରିବା ପରେ ଉବେର ଏଲିବେଟ ଟୋକିଓରେ ଜାପାନ, ଭାରତ, ବ୍ରାଜିଲ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସକୁ ଉବର ‘ଏଲିବେଟ ଏସିଆ ପାସିଫିକ ଏକ୍ସପୋ’ ବୋଲି ଘୋଷଣା କରିଥିଲା. ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ଜନଗହଳି ପୂର୍ଣ୍ଣ ସହରରେ କିଛି କିଲୋମିଟର ଯିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା ବେଳେ ଉବେର ପରିବହନ ଏଥିପାଇଁ ବେଶ ଲାଭଦାୟକ ହେବ.

LEAVE A REPLY

Please enter your comment!
Please enter your name here