ବିମାନରେ ଯାତ୍ରା କରିବା ପାଇଁ ଅନେକଙ୍କର ସ୍ୱପ୍ନ ଥାଏ । କିଏ ଅଧିକ ଟଙ୍କା ପାଇଁ ଯାତ୍ରା କରିପାରେନି ତ ପୁଣି କିଏ ଇଛା ଅନୁସାରେ ଟିକେଟ୍ ପାଏନି । କିନ୍ତୁ ଭିସ୍ତାରା ଏୟାର ଲାଇନ୍ସ ଆପଣଙ୍କ ପାଇଁ ଆଣିଛି ଦମଦାର ଅଫର । ମାତ୍ର ୧୨୯୯ ଟଙ୍କାରେ ଆପଣ କରିପାରିବେ ବିମାନ ଯାତ୍ରା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଟାଟା ଗ୍ରୁଫ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ଏୟାରଲାଇନ୍ସ ଏମିତି ଅଫର ଆଣିଛି । ନିଜର ଷଷ୍ଠ ବାର୍ଷିକ ଉତ୍ସବରେ ଯାତ୍ରୀଙ୍କ ଲାଗି ଏମିତି ଦମଦାର ଅଫର ଘୋଷଣା କରିଛି କମ୍ପାନୀ । ତେବେ ମାତ୍ର ୧୨୯୯ ଟଙ୍କା ଦେଇ ବିମାନରେ ବସନ୍ତୁ । ବିମାନର ପ୍ରମିୟମ ଇକୋନୋମିକ ଟିକେଟ ୨୦୯୯ ଟଙ୍କାରୁ ହିଁ ଆରମ୍ଭ ହୋଇଛି । ତେବେ ଜାନୁଆରୀ ୮ ଏବଂ ୯ରେ ଯେଉଁମାନେ ଭିସ୍ତାରା ଟିକେଟ୍ ବୁକିଂ କରୁଛନ୍ତି ସେମାନେ ଏହି ସ୍ୱତନ୍ତ୍ର ଅଫର ପାଇପାରିବେ । ଯାତ୍ରୀମାନେ ୨୫ ଫେବ୍ରୁଆରୀରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କମ୍ ମୂଲ୍ୟରେ ଦେଶରେ ଯାତ୍ରା କରିବାକୁ ଟିକେଟ୍ ବୁକ୍ ମଧ୍ୟ କରିପାରିବେ । ୯ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଟିକେଟ୍ ଆପଣ ବୁକିଂ କରିପାରିବେ । ଭିସ୍ତାରା ୱେବ୍ ସାଇଟ୍ ଯାଇ ଆପଣ ସମସ୍ତ ସୂଚନା ପାଇପାରିବେ ।

LEAVE A REPLY

Please enter your comment!
Please enter your name here