୨୦୨୧ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ଜଣ ପଦାର୍ଥ ବି ବିଜ୍ଞାନୀଙ୍କୁ ଏହି ନୋବେଲ ମିଳିବ । ଆମେରିକାର ପଦାର୍ଥ ବିଜ୍ଞାନୀ ସ୍ୟୁକୁରୋ ମାନାବେ , ଜର୍ମାନୀର କ୍ଲାଉସ ହସଲମାନ୍ନ ଏବଂ ଇଟାଲୀର ଜର୍ଜୋ ପାରିସଙ୍କୁ ବି ମିଳିବ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ । ଜଳବାୟୁର ଭୌତିକ ମଡେଲିଂ ଓ ବିଶ୍ୱ ତାପମାତ୍ରାର ପୂର୍ବାନୁମାନ ପାଇଁ ପୁରସ୍କାର ଘୋଷଣା କରାଯାଇଛି ।