ଆତଙ୍କବାଦୀଙ୍କ ଗୁଳିମାଡରେ ପ୍ରାଣ ହରାଇଲେ ଦୁଇଜଣ ଶିକ୍ଷକ । ଅଚାନକ ସ୍କୁଲ ଭିତରକୁ ପଶି ଆତଙ୍କବାଦୀ ଗୁଳିମାଡ କରିବା ଫଳରେ ଜଣେ ସ୍କୁଲ ଅଧ୍ୟକ୍ଷ ଓ ଜଣେ ଶିକ୍ଷୟିତ୍ରୀ ପ୍ରାଣ ହରାଇଛନ୍ତି । ଶ୍ରୀନଗର ଜିଲ୍ଲାର ସଙ୍ଗମ ଇଦଗା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ କାଶ୍ମୀର ପଣ୍ଡିତ ଏବଂ ଆଉ ଜଣେ ଶିଖ୍ ସଂପ୍ରଦାୟର ।

ସେହିପରି ଅନ୍ୟ ଏକ ଘଟଣାରେ ଶ୍ରୀନଗର ଜିଲ୍ଲାର ଇକବାଲ ପାର୍କ ଅଞ୍ଚଳରେ ଜଣେ ବ୍ୟବସାୟୀ ଆତଙ୍କବାଦୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି । ନିହତ ବ୍ୟବସାୟୀ ଜଣକ କାଶ୍ମୀର ପଣ୍ଡିତ ଏବଂ ସେ ଏକ ମେଡିସିନ ଷ୍ଟୋର ମାଲିକ । ଖୁବ ନିକଟରୁ ଦୁର୍ବୃତ୍ତ ଗୁଳିମାଡ କରିବା ପରେ ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here