ମୋଟେରାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ବକ୍ତବ୍ୟ । ଆମେରିକା ଅର୍ଥନୀତି ଏବେ ନୂଆ ଶିଖରକୁ ପହଁଞ୍ଚିଛି । ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ବିଶ୍ୱରେ ଅଦ୍ୱିତୀୟ ହୋଇଛି । ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ରହିବ । ଉଭୟ ଦେଶ ମଧ୍ୟରେ ମିଳିତ ସମରାଭ୍ୟାସ କରାଯିବ । ଭାରତୀୟ ସେନାବାହିନୀକୁ ନୂଆ ଅସ୍ତ୍ରଶସ୍ତ୍ର ଯୋଗାଇବୁ-ଟ୍ରମ୍ପ । ଭାରତୀୟ ପ୍ରତିରକ୍ଷାକୁ ଆମେରିକା ଅଧିକ ସୁଦୃଢ କରିବ । ଇସଲାମିକ ଆତଙ୍କବାଦ ବିରୋଧରେ ସଂଗ୍ରାମ ଜାରି ରହିବ । ଆଇସିସ୍ ଆତଙ୍କବାଦକୁ ଶତ ପ୍ରତିଶତ ସଫା କରିଦିଆଯାଇଛି । ଆଇସିସ୍ ମୁଖ୍ୟ ଅଲ୍ ବାଗଦାଦିକୁ ନିପାତ କରିଦିଆଯାଇଛି । ଆତଙ୍କବାଦ ନିପାତ ପାଇଁ ଉଭୟ ଭାରତ-ଆମେରିକା କାମ କରିବେ । ପାକିସ୍ତାନ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି । ଭାରତ-ଆମେରିକା ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢିବେ । ଭାରତ ଏବେ ଆମେରିକାର ଲାର୍ଜେଷ୍ଟ ଏକ୍ସପୋର୍ଟ ମାର୍କେଟ ହୋଇଛି । ଆସନ୍ତାକାଲି ୧୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ହେବ । ଗଡ ବ୍ଲେସ ୟୁ ଇଣ୍ଡିଆନ୍ସ, ଉଇ ଲଭ ୟୁ ଭେରି ମଚ୍ କହି ବକ୍ତବ୍ୟ ଶେଷ କଲେ ଟ୍ରମ୍ପ ।

LEAVE A REPLY

Please enter your comment!
Please enter your name here