ଗୋବିନ୍ଦ ସାହୁ । କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ । ଘରୋଇ ସ୍କୁଲ ପ୍ରତିଷ୍ଠା କରି ମହାଲିଙ୍ଗ ଅଞ୍ଚଳରେ ନିଜର ପତିଆରା ପ୍ରତିଷ୍ଠା କରିଥିଲେ ଗୋବିନ୍ଦ । ସ୍ଥାନୀୟ ବିଧାୟକ, ନେତା ଓ ମନ୍ତ୍ରୀଙ୍କ ସହ ମଧୁର ସଂପର୍କ ସ୍ଥାପନ କରି ଭିତରେ ପାପର ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏମିତିକି ଗୋବିନ୍ଦଙ୍କ ସ୍କୁଲ ଉତ୍ସବକୁ ଭୁବନେଶ୍ବରରୁ ମନ୍ତ୍ରୀମାନେ ହେଲିକପ୍ଟରରେ ଯାଉଥିଲେ । ମନ୍ତ୍ରୀ ଦିବ୍ୟସଙ୍କର ମିଶ୍ର କୁଆଡେ ଅନେକ ସମୟରେ ସ୍କୁଲ ପରିସରରେ ରାତ୍ରୀଯାପନ କରୁଥିଲେ । ମନ୍ତ୍ରୀ ପ୍ରତାପ ଜେନା ଗୋବିନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ ସ୍କୁଲକୁ ରେଭେନ୍ସା କଲେଜ ସାଙ୍ଗେ ତୁଳନା କରିବା ସହ ଗୋବିନ୍ଦଙ୍କୁ ଏଭଳି ଗୌରବମୟ ଶିକ୍ଷାନୁଷ୍ଠାନର ବିନ୍ଧାଣୀ ବୋଲି ଆଖ୍ୟା ଦେଇଥିଲେ । ଏବେ ପ୍ରତାପ ଜେନାଙ୍କ ସେହି ବିନ୍ଧାଣୀର ମୁଖା ଖୋଲିଯାଇଛି । ମନ୍ତ୍ରୀମାନଙ୍କ ପ୍ରୋତ୍ସାହନରେ ପାପ ସାମ୍ରାଜ୍ୟ ବିସ୍ତାର କରିଥିବା ଗୋବିନ୍ଦକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି ହେଉଛି ।

ଅନ୍ୟପକ୍ଷରେ ଗୋବିନ୍ଦର କଳାକାରନାମା ଏବଂ ଏଥିରେ ମନ୍ତ୍ରୀମାନଙ୍କ ସଂପୃକ୍ତିକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି ଦଳୀୟ ନେତାମାନେ । ମନ୍ତ୍ରୀମାନହ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରମିଳା ମଲ୍ଲିକ କହିଛନ୍ତି, ମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡିତ ହେବେ । ଜଣେ ଗୃହ ରାଷ୍ଟ୍ରମନ୍ତ୍ରୀ ପଦବୀରେ ରହିଲେ ତଦନ୍ତ କେମିତି ନିରପେକ୍ଷ ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here