ସ୍ମରଣିକା ଦାସଙ୍କ ଏକାଦଶାହ ତିନିନମ୍ବର ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ସ୍ମରଣିକାଙ୍କ ପରିବାର ପରିଜନ, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ସଂଗ୍ରାମ ଦାସ, ଦେବ ପ୍ରସାଦ ପରିଜା, ସ୍ମୃତି ମହାନ୍ତି, ରଂଜିତା ଦାସ, ଅମ୍ବୁଜ କୁମାର ଧୀରଦେଓ ସାମନ୍ତ, ଅଧ୍ୟାପକ ସତ୍ୟ ପ୍ରକାଶ ସାହୁ, ସୁଦୀପ ମହାନ୍ତି, ସୁଶାନ୍ତ ଦାଶ, ବନ୍ଦିତା ଦାସ, ସଂଜୀବ ମିଶ୍ର, ଅପୂର୍ବ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।

ସ୍ମରଣିକା ଦାସ ରାଜଧାନୀ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ, ସରଳ, ସ୍ନେହୀ ମଣିଷ ଥିଲେ । ରାଜଧାନୀ 91 ଆଲୁମିନିରେ ସେ ଜଣେ ସକ୍ରୀୟ ସଂଗଠକ ଥିଲେ ଏବଂ ବିଭିନ୍ନ ପ୍ରକାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡିତ ଥିଲେ । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତ 10 ତାରିଖରେ ତାଙ୍କର ପରଲୋକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here