ମମିତା ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଦେଇଛନ୍ତି ମମିତାଙ୍କ ବାପା । ମମିତା ନିଖୋଜ ନେଇ ଗୋବିନ୍ଦ ଲେଖାଇଥିଲା ଏତଲା । ମମିତାଙ୍କ ବାପା କହିଛନ୍ତି ଯେ, ଝିଅ ନିଖୋଜ ପରେ ଆମେ ମହାଲିଙ୍ଗ କଲେଜ ଯାଇଥିଲୁ । ସେଠାରେ ଗୋବିନ୍ଦ ସାହୁ ଥିଲେ, ଆମେ ଝିଅ ନିଖୋଜ ବିଷୟରେ ତାଙ୍କୁ କହିଥିଲୁ , ସେ ଆମକୁ ଏତଲା ଲେଖାଇଲେ । ତାଙ୍କର ଜଣେ କ୍ଲର୍କଙ୍କୁ ଡାକି ଲେଖାଇଲେ, ମୁଁ ବିଶ୍ୱାସ କରି ଏତଲାକୁ ନ ପଢି ଦସ୍ତଖତ କଲି । ଆମେ ଥାନାକୁ ଯିବା ପୂର୍ବରୁ ଗୋବିନ୍ଦ ଆଗୁଆ କେଗାଁ ଥାନାକୁ ପଳାଇଲେ । ଗୋବିନ୍ଦ ଥାନାରେ ପହଁଞ୍ଚିବାର ୧୦ ମିନିଟ ପରେ ଆମେ ପହଁଞ୍ଚିଲୁ । ଗୋବିନ୍ଦ ସାହୁ ଥାନା ବାବୁଙ୍କ ସହ କଣ କଥା ହେଉଥିଲେ । ଆମେ ସେଠି ପହଁଞ୍ଚିଲାବେଳକୁ ଥାନାବାବୁ ଆମ ଏତଲା ରଖିଲେନି । ଆମକୁ କହିଲେ ତୁମ ଥାନା ତୁରେକେଲା ସେଠିକି ଯାଅ ।

LEAVE A REPLY

Please enter your comment!
Please enter your name here