ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । କ୍ରମାଗତ ଭାବରେ ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଅସନ୍ତୁଷ୍ଟ ଜାହିର କରୁଛନ୍ତି ଗ୍ରାହକ । ଭୁବନେଶ୍ୱରରେ ପେଟ୍ରୋଲ ଦର ୩୬ ପଇସା ଅର୍ଥାତ ୧୦୮ ଟଙ୍କା ୯୦ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୧୦୫ ଟଙ୍କା ୪୭ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ ଦର ୧୧୪ ଟଙ୍କା ୪୮ ପଇସା ଏବଂ ଡିଜେଲ ଦର ରହିଛି ୧୧୦ ଟଙ୍କା ୮୬ ପଇସା । ସେହିପରି କଟକରେ ପେଟ୍ରୋଲ ଦର ୧୦୯ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ୧୦୫ ଟଙ୍କା ୭୯ ପଇସା ରହିଛି । ରାଉରକେଲାରେ ମଧ୍ୟ ବର୍ଦ୍ଧିତ ତୈଳ ଦର ଚିନ୍ତା ବଢାଇଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଏବଂ ଡିଜେଲ ୧୦୬ ଟଙ୍କା ୫୪ ପଇସା ରହିଛି । ସମ୍ବଲପୁରରେ ପେଟ୍ରୋଲ ୧୦୯ ଟଙ୍କା ୮୬ ପଇସା ଏବଂ ଡିଜେଲ ୧୦୬ ଟଙ୍କା ୧୬ ପଇସା ରହିଛି ।

LEAVE A REPLY

Please enter your comment!
Please enter your name here