ନୂଆବର୍ଷ ଉପଲକ୍ଷେ ମଧ୍ୟ ରାତିରୁ ଖୋଲାଯିବ ଶ୍ରୀମନ୍ଦିର ଦ୍ୱାର । ଲକ୍ଷାଧିକ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତିରେ ଦର୍ଶନ ପାଇଁ ବ୍ୟବସ୍ଥା କରୁଛି ଶ୍ରୀମନ୍ଦିର ପ୍ରଶାସନ । ରାତି ସାଢ଼େ ୧ଟା ବେଳେ ଦ୍ୱାର ଖୋଲାଯିବ ଓ ରାତି ୨ଟାରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆବର୍ଷ ପାଇଁ ଛତିଶା ନିଯୋଗ ସହ ଆଲୋଚନା କରି ସ୍ୱତନ୍ତ୍ର ନୀତି ର୍ନିଘଣ୍ଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

LEAVE A REPLY

Please enter your comment!
Please enter your name here