ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି ବିଜେଡ଼ି ସୁପ୍ରିମୋ । ନବରଙ୍ଗପୁର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ । ନିଜର ଅଭିଭାଷଣରେ ଚାଷୀ ଉପରେ ଫୋକସ୍ କରିଛନ୍ତି ନବୀନ । ବିଜେଡି ଇସ୍ତାହାରରେ ପ୍ରଥମ ସ୍ଥାନରେ ଚାଷୀ ରହିଛି । ଚାଷୀଙ୍କୁ ନେଇ ସରକାର ସଚେତନ ଅଛନ୍ତି । କାଳିଆ ଯୋଜନାରୁ ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ନବୀନ । ଏହା ସହ କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେହି ଆସିଲେ ନାହିଁ । ବନ୍ୟା,ବାତ୍ୟା ବେଳେ ଦେଖାଦେଲେନି, ଆଉ ଏବେ ଭୋଟ ସମୟରେ ଓଡ଼ିଶା ଚାଲି ଆସୁଛନ୍ତି । କେନ୍ଦ୍ରର ବଡ଼ ବଡ଼ ନେତାମାନେ ୫ ବର୍ଷରେ ଥରେ ହେଲେ ଆସିନାହାଁନ୍ତି । ଆଉ ଏବେ ଭୋଟ ମତଦାନ ସମୟରେ ସମସ୍ତ ନେତାଙ୍କ ଦେଖା ମିଳୁଛି । ଚାଷୀ ବୀମାରେ ଚାଷୀଙ୍କୁ ହଇରାଣ କରାଯାଇଛି । କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି କୁଆଡ଼େ ଗଲା ଦୁଇ ଗୁଣ ଏମଏସପି ? କୁଆଡ଼େ ଗଲା ନବରଙ୍ଗପୁର ପାଇଁ ନୂଆ ରେଳଲାଇନ୍ ? ଶେଷ ନିଶ୍ୱାସ ଥିବା ପର୍ୟ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ କାମ କରିବି ବୋଲି କହିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here