କଂଗ୍ରେସର କେନ୍ଦ୍ରୀୟ ଟିମ୍ ଝରଣୀ ଗାଁରେ ପହଁଞ୍ଚିଛନ୍ତି । ମମିତାଙ୍କ ପରିବାର ସହ ଭେଟ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ରଣଦୀପ ସୂର୍ଯ୍ୟେୱାଲା କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କେତେ ନିର୍ଭୟା ଘଟିଲେ ସରକାର ଚେତିବେ । ପୋଲିସ କଣ ପାଇଁ ଏଫଆଇଆର୍ ରୁଜୁ କରୁନଥିଲା ? ରକ୍ଷକ ଏଠି ଭକ୍ଷକ ସାଜିଛି, ନ୍ୟାୟ କିଏ ଦେବ । ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ । ଏହାସହ ଏସଆଇଟି ତଦନ୍ତ ଦାବି କରିଛନ୍ତି ସୂର୍ଯ୍ୟେୱାଲା । ଓଡିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସାଆଇଟି ଟିମ୍ ଗଠନ କରାଯାଉ । ନ୍ୟାୟ ନମିଳିବା ଯାଏଁ କଂଗ୍ରେସ ଲଢେଇ ଜାରି ରଖିବ । ପରିବାରକୁ ୧କୋଟି ଟଙ୍କାର ସହାୟତା ଦିଆଯାଉ । ମମିତାଙ୍କ ଭାଇଙ୍କୁ ସରକାରୀ ଚାକିରି ଦିଆଯାଉ । ୯୦ ଦିନରେ ମାମଲା ଶେଷ କରି ଦୋଷୀଙ୍କୁ ଫାଶି ଦିଆଯାଉ ।

LEAVE A REPLY

Please enter your comment!
Please enter your name here