ପ୍ରବଳ ବିରୋଧ ପରେ ବି କଳାହାଣ୍ଡିରେ ଅନୁଷ୍ଠିତ ହେଉଥିବା ସଭାରେ ଉପସ୍ଥିତ ରହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମଞ୍ଚରେ ରହି ନିଜ ବକ୍ତବ୍ୟରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ଦେଖିବାକୁ ମିଳିବ କି ନାହିଁ ତାହାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । କାରଣ ମମିତା ମୃତ୍ୟୁ ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦିବ୍ୟଶଙ୍କରଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତି ଏହି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛି । ତେବେ କଳାହାଣ୍ଡିରେ ଗୋଟିଏ ମ଼ଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତିକୁ ପ୍ରଚଣ୍ଡ ବିରୋଧ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଓ ବିଧାୟକ ବସନ୍ତ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ ସେମାନେ ଏହାକୁ ବର୍ଜନ କରିଛନ୍ତି । କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଛନ୍ତି ।

LEAVE A REPLY

Please enter your comment!
Please enter your name here