ମେକ୍‌ ଇନ୍‌ ଓଡ଼ିଶା କନେକ୍ଲେଭର ଦ୍ଵିତୀୟ ସଂସ୍କରଣ. ବିଜନେସ୍ ଲିଡର୍ ମିଟରେ ଯୋଗଦେଇଥିଲେ ୨୫ ଜଣ ବିଶିଷ୍ଟ ଶିଳ୍ପପତି. ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଭରପୂର ଖଣିଜ ସମ୍ପଦ ରହିଛି। ତେଣୁ ଶିଳ୍ପପତି ମାନେ ଖଣିଜ ସମ୍ପଦର ବିନିଯୋଗ କରି ଶିଳ୍ପପ୍ରତିଷ୍ଠା କରିପାରିବେ । ସେହିପରି କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ସହାୟକ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ରାଜ୍ୟ ସରକାର ଜୋର ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଆବଶ୍ୟକ କୁଶଳୀ କର୍ମଚାରୀ ଯୋଗାଇ ଦେବା ପାଇଁ ଦକ୍ଷତା ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଫଳରେ କୁଶଳୀ କର୍ମଚାରୀଙ୍କୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି ପର୍ୟ୍ୟଟନ ଶିଳ୍ପ ପ୍ରତି ପର୍ୟ୍ୟାପ୍ତ ସୁଯୋଗ ଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହିତ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here