ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ । ଡିଜିପି ଅଭୟଙ୍କ ଠାରୁ ଦାୟିତ୍ବ ଗ୍ରହଣ ଗ୍ରହଣ କରିବେ ସୁନୀଲ । ଆଜି ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବେ ବୋଲି ଘୋଷଣା କରିଛନ୍ତି । ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ ।

1987 ବ୍ୟାଚର ଆଇପିଏସ ସୁନୀଲ ବଂଶଲ ଏବେ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିବା ପରେ 1994 ରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଓଡିଶାର ଡିଜିପି ହେବା ସଂପର୍କରେ ଶ୍ରୀ ବଂଶଲ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ନୂଆ ନିଯୁକ୍ତି ସଂପର୍କରେ ବିଧିବଦ୍ଧ ଭାବେ ଯଦିଓ ଜାଣିନାହିଁ, ତେବେ ଓଡିଶା ଫେରିଲେ ଖୁସି ହେବି ।

LEAVE A REPLY

Please enter your comment!
Please enter your name here