କଥାରେ ଅଛି ମଣିଷର ଚେହେରା କି ଉଚ୍ଚତା ନୁହେଁ ଦକ୍ଷତା ହିଁ ତାର ପରିଚୟ । ଏକଥା ସତ ଭାବେ ପ୍ରମାଣିତ କରିଛନ୍ତି ପାରା ଆଥଲେଟ୍ କେ.ୱାଇ ଭେଙ୍କେଟେଶ । ଦେଶକୁ ଗର୍ବିତ କରିଛନ୍ତି ଆଉ ଆଣିଛନ୍ତି ମେଡାଲ । ତାଙ୍କ ଅତୁଳନୀୟ ଅବଦାନ ପାଇଁ ଏବେ ତାଙ୍କୁ ମିଳିଛି ପଦ୍ମଶ୍ରୀ । ଗତକାଲି ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କୁ ସମ୍ମାନିତ କରିବା ପାଇଁ ତଳକୁ ଓହ୍ଲାଇ ଆସିଥିଲେ ରାଷ୍ଟ୍ରପତି କୋବିନ୍ଦ । କେ.ୱାଇ ଭେଙ୍କେଟେଶ ହେଉଛନ୍ତି କର୍ଣ୍ଣାଟକର ପାରା ଆଥଲେଟ । ତାଙ୍କର ଉଚ୍ଚତା ମାତ୍ର ୪ ଫୁଟ ୨ ଇଞ୍ଚ ।

LEAVE A REPLY

Please enter your comment!
Please enter your name here