ଫୋନକୁ କୌଣସି ଲିଙ୍କ୍ ନଆସି ବି ହ୍ୟାକ୍ ହୋଇଯାଇଥିଲା ଓକାକର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍ । ହ୍ୟାକ୍ ପରେ ଟଙ୍କା ଲୁଟିଚାଲିଥିଲା ଲୁଟେରା । ବେଙ୍ଗାଲୁରୁରେ ରହି ଅପରାଧ ଘଟାଉଥିଲା ସମ୍ପୃକ୍ତ ଲୁଟେରା । ଏହି ଘଟଣାରେ ୮ ଜଣ ଲୁଟେରା ଏବେ ଦିଲ୍ଲୀ ପୋଲିସ ପଞ୍ଝାରେ । ଖୋଦ୍ ଆଇଟି ସଚିବଙ୍କ ଫୋନ ହ୍ୟାକ କରିଥିଲେ ନାଇଜେରିଆ ଗ୍ୟାଙ୍ଗର ୮ ଜଣ ଲୁଟେରା । ଏହି ୮ ଜଣଙ୍କ ଭିତରେ ରହିଛି ମ୍ୟାଷ୍ଟରମାଇଣ୍ଡ ଚିମେଲିୟନଏମାଲୁଏନ୍ ଅନିୱେତାଲୁ । ଦିଲ୍ଲୀ ପୋଲିସ ଦ୍ୱାରା ଏମାନେ ଧରା ପଡିଛନ୍ତି । ଏବେ ଦିଲ୍ଲୀ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଏମାନେ ରହିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ରାଜ୍ୟରେ ସାଇବର କ୍ରାଇମକୁ ଧରିବାକୁ ବହୁ ପଦକ୍ଷେପ ନିଆଯାଉଛି । ଓକାକର ସିଇଓଙ୍କ ହ୍ୱାଟସଆପ ହ୍ୟାକ୍ ହେବା ପରେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଥିଲା । ଯଦି ଆଇଟିବିଭାଗର ଅତିରିକ୍ତ ସଚିବଙ୍କର ଫୋନ ହ୍ୟାକ୍ ହୋଇପାରୁଛି ତେବେ ସାଧାରଣ ଲୋକ କେମିତି ବର୍ତ୍ତିବେ । କିଛିଦିନ ତଳେ କମିଶନରେଟ୍ ପୋଲିସ ସାଧାରଣ ଲୋକଙ୍କ ପାଇଁ ଜାରି କରିଛି ଏକ ଫଟୋ । ଯେଉଁଥିରେ କୁହାଯାଇଛି ହ୍ୱାଟସଆପ ଠକେଇରୁ କେମିତି ବର୍ତ୍ତିବେ ।

LEAVE A REPLY

Please enter your comment!
Please enter your name here