ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କ ମୁଣ୍ଡରେ ଦୋଷ ଲଦିଲେ ଦିଲ୍ଲୀବାସୀ । ଦିନକୁ ଦିନ ଦିଲ୍ଲୀ ଅଣନିଃଶ୍ବାସୀ ହୋଇପଡୁଥିବା ବେଳେ ଦିଲ୍ଲୀ ବାସିନ୍ଦା ଓ ପଞ୍ଚତାରକା ହୋଟେଲ ମାଲିକମାନେ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରିଛନ୍ତି । ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚାଷୀମାନେ ବ୍ୟାପକ ନଡା ପୋଡୁଥିବାରୁ ବାୟୁ ପ୍ରଦୂଷଣ ହେଉଛି ବୋଲି ଟିଭି ଡିବେଟରେ କୁହାଯାଉଛି । ତେବେ ଏଭଳି ଅଭିଯୋଗ ଉପରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଏନ ଭି ରମନ୍ନା କହିଛନ୍ତି, ବାୟୁ ପ୍ରଦୂଷଣ ହ୍ରାସ ପାଇଁ କିଛି ସପ୍ତାହ ନଡା ପୋଡିବା ବନ୍ଦ କରିବାକୁ ଚାଷୀଙ୍କୁ ନିବେଦନ କରାଯାଇଛି । କିନ୍ତୁ ଏଥିପାଇଁ ଚାଷୀଙ୍କୁ ଦଣ୍ଡିତ କରାଯାଇପାରିବନି । ତେବେ ନଡା ପୋଡିବାର ବିକଳ୍ପ ବ୍ୟବସ୍ଥା ବାହାର କରିବା ଉପରେ କୋର୍ଟ ଗୁରୁତ୍ବ ଦେଇଛନ୍ତି । କିନ୍ତୁ ଦିଲ୍ଲୀରେ ହେଉଥିବା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ନଡା ପୋଡିବା ଯୋଗୁ ନୁହେଁ । ବାୟୁ ପ୍ରଦୂଷଣ ପାଇଁ ଚାରିରୁ ସାତ ପ୍ରତିଶତ ନଡା ପୋଡିବା ଯୋଗୁ ହେଉଛି ।

LEAVE A REPLY

Please enter your comment!
Please enter your name here