ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଯାହିଁବେ ତେବେ ମୁଁ ପାରାଦୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଦାମଙ୍କ ପାଖରେ କେହି ନାହାଁନ୍ତି କିନ୍ତୁ ଆମ ପାଖରେ ଦଳ ସଙ୍ଗଠନ ଅଛି ବୋଲି ସେ କହିଛନ୍ତି । କିଛିଦିନ ତଳେ ଦାମବାବୁ ପାରାଦୀପ ଯାଇଥିଲେ । ସେଠାରେ କଣ ଘଟିଥିଲା ଆପଣମାନେ ଜାଣିଛନ୍ତି । ତେବେ ଜିତିବା ହାରିବା କଥା ସମୟ ଓ ପାରାଦୀପବାସୀ କହିବେ । ଜିଲ୍ଲାରେ ଅନେକ କର୍ମୀ ଅଛନ୍ତି, ଯେଉଁମାନେ କି ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ, କିନ୍ତୁ ଦାମ ବାବୁ ତାଙ୍କୁ ଡରାଇ ରଖିଥିଲେ । ଏବେ ସେମାନେ ସେଚ୍ଛାକୃତ ଭାବେ ଦଳକୁ ଆସୁଛନ୍ତି ଏବଂ ଦଳକୁ ଆଗେଇନେବା କାମ ମଧ୍ୟ ଆରମ୍ଭ କରିଛନ୍ତି ।
ଏହାର ଜବାବ ରଖିଛନ୍ତି ଦାମ । କହିଛନ୍ତି ମୁଁ ଏବେବି ବିଜେଡିରେ ରହିଛି । ଦଳର କାର୍ଯ୍ୟକାରୀ କମିଟିର ସଭ୍ୟ ଅଛି । କମିଟିର ସଭ୍ୟ ଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ହେଲେ ସମ୍ପୃକ୍ତ କମିଟିର ବୈଠକ ବସି ନିଷ୍ପତ୍ତି ନେବାକୁ ହୋଇଥାଏ । ମୋ କ୍ଷେତ୍ରରେ ତାହା ହୋଇଛି କି ବୋଲି ଦାମବାବୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ବହିଷ୍କାର ନେଇ ମୋତେ ଲିଖିତ ଭାବେ ଜଣାଯାଇନାହିଁ କି ଏହା କରିବା ପୂର୍ବରୁ କୈଫିୟତ ମଗାଯାଇନାହିଁ । ଦଳର ବହିଷ୍କାର ନେଇ ସଭାପତି ମୋତେ ଦେଖାକରିନାହାଁନ୍ତି । ତେଣୁ ଦଳର ସମ୍ବିଧାନ ଅନୁସାରେ ମୁଁ ଏବେବି ବିଜେଡିରେ ଅଛି ବୋଲି କହିଛନ୍ତି ଦାମ ।

LEAVE A REPLY

Please enter your comment!
Please enter your name here