30 ବର୍ଷର ମୁସଲିମ ମହିଳା ଇରାମ ହବିବ କାଶ୍ମୀରର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି. ତେବେ ସେ ଆସନ୍ତା ମାସରୁ ଏକ ଘରୋଇ ଏୟାରଲାଇନରେ ଯୋଗ ଦେବାକୁ ଯାଉଛନ୍ତି. ଇରାମ 2016 ମସିହାରେ ଏୟାର ଇଣ୍ଡିଆରେ ପ୍ରଥମ ମହିଳା ପାଇଲଟ ଭାବେ ଯୋଗ ଦେଇଥିଲେ. ପୂର୍ବ ବର୍ଷ ଏପ୍ରିଲ ମାସରେ 21 ବର୍ଷର ଆୟସା ଅଜିଜ କାଶ୍ମୀରରୁ ଭାରତ ପାଇଁ ସବୁଠୁ ବଡ ଯୁବ ପାଇଲଟ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ. କାଶ୍ମୀରରେ ପାଇଲଟ ବନିବା ଇରାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା ବୋଲି ସେ କହିଛନ୍ତି. ତାଙ୍କ ବାପା ସରକାରୀ ହସ୍ପିଟାଲରେ ସର୍ଜିକାଲ ଇକ୍ୟୁପମେଣ୍ଟ ସପ୍ଲାଏ କରୁଥିବା ବେଳେ ଇରାମ ତାଙ୍କ ପିଲାଦିନର ଆକାଂକ୍ଷାକୁ ସଫଳ କରିବାକୁ ଯାଇ ଡକ୍ଟରେଟ ପ୍ରାପ୍ତ କରିବା ସ୍ୱପ୍ନକୁ ଛାଡିଦେଇଥିବା କହିଛନ୍ତି.