ଆବଶ୍ୟକ ସାମଗ୍ରୀ-

½ କପ ସୁଜି, ¼ କପ ଦହି, ଲୁଣ,ବେକିଂ ପାଉଡର, 2ଟି ସିଝା ଆଳୁ, ପିଆଜ, କଞ୍ଚା ଲଙ୍କା , କ୍ୟାପସିକମ, ଗରମ ମସଲା, ଆମଚୁର ପାଉଡର, ଲଙ୍କା ଗୁଣ୍ଡ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଏକ ପାତ୍ରରେ ସୁଜି ନେଇ ସେଥିରେ ଦହି, ବେକିଂ ପାଉଡର, ପାଣି ଓ ଲୁଣ ମିଶାଇ ଏହାକୁ ଭଲଭାବେ ଗୋଳାଇ 10 ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ. ଆଉ ପାତ୍ରରେ 2ଟି ସିଝା ଆଳୁ ନେଇ ସେଥିରେ ପିଆଜ,କଞ୍ଚା ଲଙ୍କା, ଗରମ ମସଲା, ଆମଚୁର ପାଉଡର, ଲଙ୍କା ଗୁଣ୍ଡ, ଲୁଣ ଓ କ୍ୟାପସିକମ ପକେଇ ଏହାକୁ ଗୋଳାଇ ଚକଟି ଦିଅନ୍ତୁ. ତା ପରେ କଡେଇରେ ତେଲ ଗରମ କରି ପ୍ରସ୍ତୁତ କରିଥିବା ସୁଜିର ଘୋଳକୁ ଛୋଟ ଆକାରର କରି ପିଠା ପରି କରନ୍ତୁ.ତା ଉପରେ ତିଆରି କରିଥିବା ପୁରକୁ ଦିଅନ୍ତୁ ଓ ତା ଉପରେ ସୁଜିର ଘୋଳକୁ ପୁଣି ଦିଅନ୍ତୁ. ଦୁଇପଟ ବ୍ରାଉନ କଲର ଆସିବା ପର୍ଯ୍ୟନ୍ତ ସେକନ୍ତୁ. ତା ପରେ ପ୍ରସ୍ତୁତ ହୋଇଯିବ ପଟାଟୋ ତାୱା ସ୍ୟାଣ୍ଡୱିଚ୍.

LEAVE A REPLY

Please enter your comment!
Please enter your name here