ଓମିକ୍ରନ ଡର । ବିଦେଶରୁ ଆସୁଛନ୍ତି, ନିଜ ଦେଶରେ ହଜି ଯାଉଛନ୍ତି ।
କୋଭିଡ ସଂକ୍ରମଣର ନୂଆ ଭାଇରସ୍ ଓମିକ୍ରନର ଡର ଏବେ ସମସ୍ତଙ୍କୁ ଘାରିଛି । ଅଧିକ ସଂକ୍ରମିତ ଦେଶରୁ ଆସୁଥିବା ନାଗରିକଙ୍କୁ କ୍ବାରେଣ୍ଟିନରେ ରଖିବା ପାଇଁ କେନ୍ଦ୍ର ସରକାର କଡା ଗାଇଡଲାଇନ୍ କରିଛନ୍ତି । କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କିଛି ନାଗରିକ ଏବେ ନିଖୋଜ ଥିବା ଜଣାପଡିବା ପରେ ଓମିକ୍ରନ ସଂକ୍ରମଣ ଆଶଙ୍କା ବଢିଯାଇଛି ।
ବିଦେଶରୁ ଫେରିଥିବା ତିନିଶହ ଯାତ୍ରୀଙ୍କ ମଧ୍ୟରୁ ଉତ୍ତର ପ୍ରଦେଶ ମିରଟ ସହରର 13 ଜଣ ଯାତ୍ରୀ ଏବେ ନିଖୋଜ ଥିବା ଜଣାପଡିଛି । ଭୁଲ୍ ଠିକଣା ଦେଇଥିବାରୁ ପ୍ରଶାସନ ସେମାନଙ୍କୁ ଠାବ କରିବାରେ ସମର୍ଥ ହୋଇପାରିନି ।
ସେହିପରି ଚଣ୍ଡିଗଡରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ମହିଳାଙ୍କୁ ହୋମ୍ କ୍ବାରେଣ୍ଟିନରେ ରହିବାକୁ କୁହାଗଲା । ମାତ୍ର ସେ ବିମାନବନ୍ଦରରୁ ଘରକୁ ନ ଯାଇ ଅନ୍ୟତ୍ର ହୋଟେଲରେ ରହିଛନ୍ତି ।
ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦଶଜଣ ଯାତ୍ରୀ ବେଙ୍ଗାଲୁର ବିମାନବନ୍ଦରରୁ ନିଖୋଜ ଥିବା ଖବର ମିଳିଛି ।
ବେଙ୍ଗାଲୁର ପରେ ଗୁଜରାଟ ଜାମନଗରରେ ଜଣେ ବିଦେଶ ଫେରନ୍ତା ଯାତ୍ରୀଙ୍କ ଠାରେ ଓମିକ୍ରନ ସଂକ୍ରମଣ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here