ଓଡିଶା ଉପରୁ ଟଳିଲା ବାତ୍ୟା ଡର । ସମୂଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି ବାତ୍ୟା ଜୱାଦ । ମୋଡ ବଦଳାଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି କହିଛି ଆଇଏମଡି । ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟର ପହଁଞ୍ଚିବ । ପରେ ଏହା ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ । ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲମାର୍କ ଲଘୁଚାପରେ ପରିଣତ ହେବ । ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ମଧ୍ୟରେ ରହିବ । ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିବ । ଆସନ୍ତାକାଲି ଉତ୍ତର ଓଡିଶାରେ ବର୍ଷା ଲାଗି ରହିବ । ୭ ତାରିଖ ପରେ ଜୱାଦ ପ୍ରଭାବ ଓଡିଶାରେ ପ୍ରାୟ ରହିବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଜୱାଦ ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ବାଲେଶ୍ୱରରେ ୨୪ ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here