20 ଦିନ ଆଗରୁ ସରିଗଲା ବିଧାନସଭା ଶୀତ ଅଧିବେସନ । ଗୋଟିଏ ଦିନ ବି ଠିକରେ ଚାଲିପାରିଲାନି ବିଧାନସଭା । ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଙ୍ଗାମା, ନାରାବାଜି ଯୋଗୁ ପ୍ରଥମ ଦିନରୁ ବିଧାନସଭା ଅଚଳ ରହିଥିଲା । ପ୍ରଥମ ଦିନରୁ ଗୃହ ମୁଲତବୀ କରି କରି ଶେଷରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ଗତ ଆଠଦିନ ହେଲାଣି ବିଧାନସଭା ଶୀତ ଅଧିବେସନ ଆରମ୍ଭ ହୋଇଥିଲେ ହେଁ ମମିତା ମେହେର ପ୍ରସଙ୍ଗରେ ବିରୋଧୀ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜିଦରେ ଅଟଳ ରହିଥିଲେ । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଓ ହଟ୍ଟଗୋଳ ଯୋଗୁ ଗୋଟିଏ ଦିନ ବି ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରି ନ ଥିଲା । ତେବେ ଅଧାରୁ ଗୃହକୁ ବନ୍ଦ କରିଦେବା ସରକାରଙ୍କ ପଳାୟନପନ୍ଥୀର ପରିଚୟ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବା ପରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here