ବ୍ରହ୍ମପୁରର ଚର୍ଚ୍ଚିତ ଡାକ୍ତର ସୁମିତ ଓ ତାଙ୍କ ପତ୍ନୀ ଡିମ୍ପଲଙ୍କ ସଂପର୍କରେ ନୂଆ ମୋଡ । କୋର୍ଟଙ୍କ ରାୟ ଅନୁଯାୟୀ ସାତଦିନ ପୋଲିସ ସୁରକ୍ଷା ଭିତରେ ଏକାଠି ରହିବା ପରେ ଆଉ ସପ୍ତାହେ ଏକାଠି ରହିବାକୁ କୋର୍ଟ ଅନୁମତି ଦେଇଥିଲେ । କିନ୍ତୁ ସପ୍ତାହେ ପୁରିବା ପରେ ଅଫିସ ଯାଉଛି କହି ସୁମିତ ଆଜି ସକାଳୁ କୁଆଡେ ପଳାଇ ଯାଇଛନ୍ତି । ପୋଲିସ ସୁରକ୍ଷା ଭିତରେ ଥିଲେ ମଧ୍ୟ ଡିମ୍ପଲଙ୍କ ହାତରୁ ଖସି ଯାଇଛନ୍ତି ଡାକ୍ତର ସୁମିତ । ଦୀର୍ଘ ସମୟ ଧରି ସୁମିତ ନ ଫେରିବାରୁ ଡିମ୍ପଲ ବିଚଳିତ ହୋଇପଡିଛନ୍ତି । ଏ ନେଇ ସେ ପୋଲିସର ନଜରକୁ ଆଣିଥିଲେ ହେଁ ପୋଲିସ ପକ୍ଷରୁ ତାଙ୍କୁ ସହଯୋଗ ମିଳି ନ ଥିବା କହିଛନ୍ତି ତପସ୍ବିନୀ ।

ଡାକ୍ତର ସୁମିତଙ୍କୁ କୋର୍ଟ ମ୍ୟାରେଜ କରିଥିବା ଡିମ୍ପଲ ଶାଶୁଘରେ ରହିବା ପାଇଁ ଘର ଆଗରେ ଦୀର୍ଘଦିନ ଧରି ଧାରଣା ଦେବା ପରେ ମାମଲା କୋର୍ଟରେ ଶୁଣାଣୀ ହୋଇଥିଲା । କୋର୍ଟ ପ୍ରଥମେ ସପ୍ତାହେ ପାଇଁ ପୋଲିସ ସୁରକ୍ଷା ଭିତରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଉଭୟ ସୁମିତ ଓ ଡିମ୍ପଲଙ୍କ ଘରଲୋକ ସେଠାକୁ ଯିବାକୁ ଅନୁମତି ଦେଇ ନଥିଲେ । ମାତ୍ର ଗତକାଲି କୋର୍ଟ ଆଉ ସପ୍ତାହେ ରହିବାକୁ ଅନୁମତି ଦେଇଥିଲେ ହେଁ ଉଭୟ ଘରର ଲୋକ ସେମାନଙ୍କୁ ଦେଖା କରିପାରିବେ ବୋଲି କହିଥିଲେ । ତେବେ ଆଜି ସକାଳୁ ସୁମିତ କୁଆଡେ ପଳାଇବା ପରେ ଚିନ୍ତାରେ ପଡିଯାଇଛନ୍ତି ଡିମ୍ପଲ । ଆସିକା ଚିନିକଳ ଅତିଥି ଭବନରେ ସ୍ବାମୀଙ୍କୁ ଅପେକ୍ଷା କରି ରହିଛନ୍ତି ସେ ।

LEAVE A REPLY

Please enter your comment!
Please enter your name here