ଚଳିତ ଏସିଆନ ଗେମ୍ସର ୧୪ ତମ ଦିବସରେ ବକ୍ସର ଅମିତ ପଙ୍ଘଲ ଏବଂ ପୁରୁଷ ବ୍ରିଜରେ ପ୍ରଣବ ବର୍ଦ୍ଧନ ଶିବନାଥ ସରକାର ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ଦେଇଛନ୍ତି । । ଅମିତ ପଙ୍ଘଲ  ୪୯ କିଗ୍ରା ବର୍ଗରେ ଉଚ୍ଚବେକିସ୍ତାନର ହାସନବୟ ଦୁସମାତୋଭଙ୍କୁ ହରାଇ ଦେଇଛନ୍ତି । କଡା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାକୁ ଭାରତୀୟ ବକ୍ସର ୩-୨ ବ୍ୟବଧାନରେ ଜିତି ନେଇଛନ୍ତି । ଚଳିତ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ବକ୍ସର ଭାବେ ସେ ଶ୍ରେଷ୍ଠ ସଫଳତା ପାଇଛନ୍ତି । ତେବେ ୬୭ଟି ପଦକ ହାସଲ କରି ଭାରତ ଏବେ ୮ମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here