ଦୀର୍ଘ 20ଦିନ ପରେ ଶେଷରେ ଅତି ଆନନ୍ଦର ସହ ସଂପନ୍ନ ହୋଇଛି ହକି ମହାକୁମ୍ଭ. ଗତ ନଭେମ୍ବର 27 ତାରିଖରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଶେଷରେ ଅତି ଧୂମଧାମର ସହ ଉଦଯାପନ ହୋଇଛି. ଏହାସହ 16ଟି ଦେଶର ଦଳଙ୍କୁ ପଛରେ ପକାଇ ପୁରୁଷ ହକି ବିଶ୍ୱକପ ଟ୍ରଫି ହାସଲ କରିନେଇଛି ବେଲଜିୟମ ଦଳ. ଅନ୍ୟପଟେ ନେଦରଲ୍ୟାଣ୍ଡକୁ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଛି. ଆରମ୍ଭରୁ ହକିକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା ଏବଂ କିଏ ଏହି ମୁକୁଟ ପିନ୍ଧିବ ତାକୁ ନେଇ ସମସ୍ତ ହକିପ୍ରେମିଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥିଲା. ଏହାସହ ହକି ଉଦଯାପନୀ ଉତ୍ସବରେ ଦର୍ଶକଙ୍କ ଅନ୍ୟତମ ଆକର୍ଷଣ ପାଲଟିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର. ତେନ୍ଦୁଲକରଙ୍କ ଆସିବାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା. ଏହାସହ ଏହି ଉଦଯାପନୀ ଉତ୍ସବରେ ସଚିନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ. ଶେଷରେ ବେଲଜିୟମ ଦଳ ଏପରି ଏକ ଆୟୋଜନ ପାଇଁ ଭାରତକୁ ଧନ୍ୟବାଦ ଦେବା ସହ ଭୁବନେଶ୍ୱରକୁ ମଧ୍ୟ ଧନ୍ୟବାଦ ଦେଇଥିଲେ.

LEAVE A REPLY

Please enter your comment!
Please enter your name here