ସୁମିତଙ୍କ ପିଟିସନ ଖାରଜ କଲେ ଏସଡିଜେଏମ୍ । ଆଉ 15 ଦିନ ସମୟ ଦେବାକୁ ସୁମିତଙ୍କ ଓକିଲ ଟାଇମ ପିଟିସନ ଦାଖଲ କରିଥିବା ବେଳେ କୋର୍ଟ ଅଗ୍ରାହ୍ୟ କରିଦେବା ସହ ତପସ୍ବିନୀଙ୍କ ପିଟିସନ ଶୁଣାଣୀ ପାଇଁ ଗ୍ରହଣ କରିଥିଲେ । ଉଭୟ ପକ୍ଷର କଥା ଶୁଣିବା ପରେ ଭଡା ଘରେ ରଖିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ | କିନ୍ତୁ ତପସ୍ବିନୀଙ୍କୁ ଏକା ଛାଡି ସୁମିତ ଏବେ କୋଉଠି ଅଛନ୍ତି, ସେ ବିଷୟରେ କୋର୍ଟ କିଛି କହିଲେନି | ତପସ୍ବିନୀଙ୍କୁ ଶୀତ କାକରରେ ରହି ଆଉ କିଛି ଦିନ ତପସ୍ୟା କରିବାକୁ ହେବ |

ତପସ୍ବିନୀ-ସୁମିତଙ୍କ ବିବାଦକୁ ନେଇ ଆଜି ଏସଡିଜେଏମଙ୍କ କୋର୍ଟରେ ଶୁଣାଣୀ ହୋଇଥିଲା । ତପସ୍ବିନୀଙ୍କ ପକ୍ଷରୁ ଶାଶୁଘରେ ରହିବାକୁ ଅନୁମତି ଦେବାକୁ ଦାଖଲ କରାଯାଇଥିବା ପିଟିସନର ଶୁଣାଣୀ ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ସୁମିତଙ୍କ ଓକିଲ ଆଉ 15 ଦିନ ସମୟ ମାଗିଥିଲେ । ମାତ୍ର ସୁମିତଙ୍କ ଟାଇମ ପିଟିସନକୁ ଏସଡିଜେଏମ ଖାରଜ କରିବା ସହ ତପସ୍ବିନୀଙ୍କ ପିଟିସନ ଉପରେ ଶୁଣାଣୀ କରିଥିଲେ । ତପସ୍ବିନୀଙ୍କ ପକ୍ଷରୁ ମାମଲାର ଫଇସଲା ହେବା ପର୍ଯ୍ୟନ୍ତ ଶାଶୁଘରେ ରହିବାକୁ ଏବଂ ମଧ୍ୟବର୍ତ୍ତିକାଳୀନ ଭରଣପୋଷଣ ଦେବାକୁ ନିବେଦନ କରାଯାଇଛି । ପୂର୍ବରୁ ଏସଡିଜେଏମ୍ ଦେଇଥିବା ନିର୍ଦ୍ଦେଶକୁ ସୁମିତ ଉଲ୍ଲଂଘନ କରିଥିବା ଏବଂ ତପସ୍ବିନୀ ପୂର୍ବଭଳି ପୁଣି ଶାଶୁଘର ଆଗରେ ଧାରଣାରେ ବସିଥିବା ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା । ପୂର୍ବରୁ ଅନେକ ମାମଲାରେ କୋର୍ଟ ବିବାହ ବିବାଦ ଫଇସଲା ହେବା ଯାଏଁ ପତ୍ନୀଙ୍କୁ ସ୍ବାମୀଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିବାର ନଜୀର ଥିବାରୁ ତପସ୍ବିନୀଙ୍କ ମାମଲାରେ କୋର୍ଟ ତାଙ୍କୁ ଶାଶୁ ଘରେ ରହିବାର ବ୍ୟବସ୍ଥା କରିବେ ବୋଲି ତପସ୍ବିନୀଙ୍କ ଓକିଲ ଆଶା କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଏସଡିଜେଏମ ସପ୍ତାହେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ସୁମିତ ଓ ତପସ୍ବିନୀ ଆସିକା ଚିନିକଳ ଗେଷ୍ଟହାଉସରେ ଏକାଠି ସପ୍ତାହେ ରହିବା ପରେ ଆଉ ସପ୍ତାହେ ରହିବାକୁ ତପସ୍ବିନୀଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । ତପସ୍ବିନୀଙ୍କ ପିଟିସନକୁ ଗ୍ରହଣ କରି କୋର୍ଟ ଆଉ ସପ୍ତାହେ ଉଭୟ ରହିବାକୁ କହିଥିଲେ ହେଁ ସୁମିତ ଦିନକ ପରେ ତପସ୍ବିନୀଙ୍କୁ ଏକା ଛାଡି ଚାଲିଯାଇଥିଲେ । ଏହି ଘଟଣା ପରେ ତପସ୍ବିନୀ ପୁଣି ଶାଶୁଘର ଆଗରେ ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here